ବରଗଡ: ଘୁଲିପାଲି ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ
ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ କର୍ମଶାଳା ଅନୁଷ୍ଠିତ
ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ କର୍ମଶାଳା ସ୍ଥାନୀୟ ଘୁଲିପାଲି ସ୍ଥିତ ବିଜେପି କାର୍ଯ୍ୟାଳୟ ରେ ସୋମବାର ସନ୍ଧ୍ୟା ୫ ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଛି | ବରଗଡ଼ ବିଜେପି ଜିଲ୍ଲା ସଭାପତି ଅରୂପା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ରବି ନାରାୟଣ ପଣ୍ଡାଙ୍କ ସମେତ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ମଞ୍ଚାସିନ ରହିଥିଲେ | ଏହି କାର୍ଯ୍ୟକ୍ରମରେ ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନକୁ ନେଇ ଆଲୋଚନା ହୋଇଥିଲା ବହୁ ସଂଖ୍ୟାରେ ବିଜେପିର କାର୍ଯ୍ୟକର୍ତ୍ତା ମାନେ ଯୋଗଦାନ କରିଥିଲେ |