ଟିଟିଲାଗଡ: ଟିଟିଲାଗଡ଼ ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୧୫ ଓ ୧୧ ରେ ରୋଡ ଓ ଡ୍ରେନ ନିର୍ମାଣ ପାଇଁ ଦିଆଗଲା ଶୁଭ।
ଆଜି ୱାର୍ଡ ନଂ ୧୫ ବଜାର ଭିତରର ରୋଡ (paver block) ଓ ୱାର୍ଡ ନଂ ୧୧ ଓଲ୍ଡ ଟାନେରୀର ରୋଡ ଓ ଡ୍ରେନ୍ ପାଇଁ ଶୁଭ ଆରମ୍ଭ (ନଡ଼ିଆ ଦେଇ)କରାଗଲା l ଏହି କାର୍ଯ୍ୟକ୍ରମରେ ପୌର -ନିର୍ବାହି ଅଧିକାରୀ ଶ୍ରୀଯୁକ୍ତ ଚନ୍ଦନ ଶତପଥୀ, ଜେଇ,କର୍ମଚାରୀ ଓ ସମସ୍ତ କାଉନସିଲ ଭାଇ ଭଉଣୀ ଉପସ୍ଥିତ ଥିଲେ l ନାଗରିକଙ୍କ ସୁବିଧା ଆମର ପ୍ରଥମ ଲକ୍ଷ୍ୟ ବୋଲି ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତି ମମତା ଦେବୀ ଜୈନ କହିବା ସହ ବିକାଶ କାର୍ଯ୍ୟର ଶୁଭାରମ୍ଭ,ରୋଡକାର୍ଯ୍ୟ,ଡ୍ରେନେଜ ପାଇଁ ପଦକ୍ଷେପ ଗ୍ରହଣ କରି ଲୋକଙ୍କ ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।