ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ନାବାଳିକାକୁ ଅପହରଣ ଉଦ୍ୟମ ଅଭିଯୋଗରେ ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ଚଢ଼ଉ କରି ଅଭିଯୁକ୍ତକୁ ବାନ୍ଧିଲା ଖାରବେଳ ନଗର ଥାନା ପୋଲିସ
ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ କାଳିଆ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ୍ ସ୍ଥିତ ରୁଚି ହୋଟେଲ୍ ନିକଟରେ ଥିବା "କୁକୁଡୁ କୁ ଫାଷ୍ଟଫୁଡ୍ ଷ୍ଟଲ୍"ରେ କାମ କରନ୍ତି । ସେ ଅଭିଯୋଗକାରିଣୀଙ୍କ ନାବାଳିକା କନ୍ୟାଙ୍କୁ ନିୟମିତ ଭାବେ ହଇରାଣ ହରକତ କରିବା ସହ ତାଙ୍କୁ ରାସ୍ତାରେ ପିଛା କରୁଥିଲେ ଓ ଅଶ୍ଳୀଳ ଭାଷାରେ ଗାଳି ଦେଉଥିଲେ ଏବଂ ଅପହରଣ କରିବାର ଧମକ ମଧ୍ୟ ଦେଉଥିଲେ । ଘଟଣା ଦିନ ଅଭିଯୁକ୍ତ କାଳିଆ ଜୋରଜବରଦସ୍ତ ଅଭିଯୋଗକାରିଣୀଙ୍କ ଘରେ ପଶି ତାଙ୍କୁ ଏବଂ ତାଙ୍କ ଦୁଇ ଝିଅଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ ଏବଂ ନାବାଳିକା ଝିଅ ଙ୍କୁ ଜୋରଜବରଦସ୍ତ ସାଙ୍ଗରେ ନେଇଯିବାକୁ ଚେଷ୍ଟା କରିଥିଲେ