ମାଲକାନଗିରି: ଜିଲ୍ଲାସ୍ତରୀୟ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାଲିମେଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ଉଦଘାଟିତ
ମାଲକାନଗିରି ଜିଲ୍ଲା କାଲିମେଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଉଦଘାଟିତ। ଏଥିରେ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ସଞ୍ଜୟ ସରକାର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ରାଜ୍ୟ ସ୍ତରରୁ ଆସିଥିବା ମନିଟରିଂ ଟିମ ଓ ଜିଲ୍ଲାରୁ ଆସିଥିବା ଡାକ୍ତରୀ ବିଶେଷଜ୍ଞ ରୋଗୀମାନଙ୍କୁ ଚିକିତ୍ସା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ୧୫୮ ଜଣ ମହିଳା ରୋଗୀ ନାମ ଲେଖାଇ ବିଭିନ୍ନ ପ୍ରକାର ର ରକ୍ତ ପରୀକ୍ଷା କରି ଚିକିତ୍ସିତ ହୋଇଥିଲେ।