ବାସୁଦେବପୁର: ଇରମ ଠାରେ ବାଇକରୁ ଖସିପଡି ଜଣେ ମହିଳା ଗୁରୁତର, ମେଡିକାଲରେ ଭର୍ତ୍ତି
ଆଜି ଅପରାହ୍ନରେ ଇରମ ଠାରେ ବାଇକରୁ ଖସିପଡି ଜଣେ ମହିଳା ଗୁରୁତର ହୋଇ ବାସୁଦେବପୁର ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳର କାଞ୍ଚନ ନାୟକ ବାଇକରେ ଯାଉଥିବା ବେଳେ ଇରମ ଠାରେ ଖସିପଡ଼ିଥିଲେ। ଫଳରେ ତଳେ ପଡିଯିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବାସୁଦେବପୁର ମେଡିକାଲରେ ଭର୍ତ୍ତି କରିଥିଲେ।