ପଟ୍ଟାଙ୍ଗୀ: ନନ୍ଦପୁର ସଦରମହକୁମା ରାସ୍ତା କଡ଼ରେ କ୍ଷତାକ୍ତ ବାଛୁରୀକୁ ଉଦ୍ଧାର କରି ଚିକିତ୍ସା କରାଇଲେ ଯୁବ ଗୋଷ୍ଠୀ
ନନ୍ଦପୁର ସଦରମହକୁମା ରାସ୍ତା କଡ଼ରେ ଶୋଇଥିବା ଏକ ବାଛୁରୀକୁ ବୁଲା କୁକୁର ମାନେ ଆକ୍ରମଣ କରି କ୍ଷତାକ୍ତ କରିଥିବା ବେଳେ ନନ୍ଦପୁର ସହରରେ କାର୍ଯ୍ଯରତ ବିଦ୍ୟୁତ୍ କର୍ମଚାରୀ ଚନ୍ଦନ ପଟ୍ଟନାୟକ ଏବଂ ତାଙ୍କ ସହଯୋଗୀ ଆଜି ଦିନ ୨ଟା ସମୟରେ କ୍ଷତାକ୍ତ ବାଛୁରୀକୁ ତୁରନ୍ତ ଉଦ୍ଧାର କରି ପଶୁ ଚିକିତ୍ସାଳୟରେ ଚିକିତ୍ସା କରାଇଥିବା ଜଣାପଡିଛି। ତେବେ ଗାଈ ଗୋରୁ ମାଲିକ ମାନେ ସକାଳୁ କ୍ଷୀର କାଢ଼ିବା ପରେ ଗାଈ ଗୋରୁଙ୍କ ଯତ୍ନ ନ ନେଇ ରାସ୍ତାକୁ ଛାଡ଼ି ଦେଉଥିବା ଘଟଣାକୁ ସାଧାରଣ ରେ ନିନ୍ଦା କରାଯାଇଛି ।