ସୋରଡା: ବଡ଼ଗଡ଼ ଥାନା ମଛାକୋଟ ଗାଁ ନିକଟ ହରଭଙ୍ଗି କେନାଲ ପଟ୍ଟାରେ ଏକ ଅଚିହ୍ନା ବ୍ୟକ୍ତିଙ୍କ ଶବ ମିଳିଛି, ଶବ ଜବତ କରିଛି ପୋଲିସ ବଡ଼ଗଡ଼ ପୋଲିସ
Surada, Ganjam | Oct 19, 2025 ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ମଛାକୋଟ ଗାଁ ନିକଟ ହରଭଙ୍ଗି କେନାଲ ପଟ୍ଟା ରେ ଏକ ଅଚିହ୍ନା ବ୍ୟକ୍ତିଙ୍କ ଶବ ମିଳିଛି।ଶବ ଟି ଭାସି ଆସି ଏଠାରେ ଲାଗି ରହିଛି।ଶବ ଟିର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ମଧ୍ୟ ରହିଛି।ସୂଚନା ମୁତାବକ ସକାଳ ସମୟରେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଗାଧେଇବାକୁ ଯାଇଥିବା ବେଳେ ଏକ ଶବ ଭାସୁଥିବା ଦେଖି ବଡଗଡ ପୋଲିସ କୁ ଖବର ଦେଇଥିଲେ।ହେଲେ ଶବ ଟିର ପରିଚୟ ମିଳି ନଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଁଚି ଘଟଣାର ଅଧିକା ତଦନ୍ତ କରୁଛି।ତେବେ ଶବର ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି।ଶବର ଜଙ୍ଘ,ହାତ ଓ ମୁଣ୍ଡରେ କ୍ଷତ ଚିହ୍ନ ରହିଥିବା ଜଣାପଡିଛି।