ଅତାବିରା: ଗୋଡଭଗା ସତୀଜୋର ଟେଲରମାଷ୍ଟର ମହାଦେବ ହତ୍ୟା ଘଟଣାରେ ୨ଜଣକୁ ଥାନାରେ ଅଟକ ରଖିଲା ପୋଲିସ
ଅତାବିରା ଥାନା ଅଧିନ ଗୋଡଭଗା ସତୀଜୋର ନିକଟରେ ଟେଲରମାଷ୍ଟର ମହାଦେବକୁଂ ଗଳାକାଟି ହତ୍ୟା କରାଯାଇଥିବା ଘଟଣାରେ ସଂପୃକ୍ତ ଥିବା ସନ୍ଦେହ କରି ଅତାବିରା ପୋଲିସ ୨ ଜଣକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଆଜି ମଂଗଲବାର ପୂର୍ବାହ୍ନ ୧୦ଟାରେ ଥାନା ଅଧିକାରୀ ପ୍ରକାଶ କର୍ଣ୍ନ ସୂଚନା ଦେଇଛନ୍ତି |