ପଟ୍ଟାଙ୍ଗୀ: ସେମିଳିଗୁଡା ପୋଲିସ ପକ୍ଷରୁ ଶାନ୍ତି ନଗରରେ ଚଢ଼ାଉ ବିପୁଳ ପରିମାଣର ବାଣ ଜବତ୍, ଜଣେ ଗିରଫ
କୋରାପୁଟ ଜିଲ୍ଲାର ସେମିଳିଗୁଡା ସହରରେ ବେଆଇନ୍ ଭାବେ ବାଣ ଗଚ୍ଛିତ ଥିବା ବିଶ୍ଵସ୍ତ ସୁତ୍ରରୁ ସୂଚନା ପାଇ ସୁନାବେଡ଼ା ଏସଡିପିଓ ସୁମିତ୍ରା ଜେନାଙ୍କ ନିର୍ଦ୍ଦେଶନାରେ ସେମିଳିଗୁଡା ଥାନା ଅଧିକାରୀ ଅନିତା ଖୁଜୁରଙ୍କ ନେତୃତ୍ୱରେ ଏକ ଟିମ୍ ଚଢାଉ କରିଥିଲେ। ଚଢ଼ାଉରେ ବିପୁଳ ପରିମାଣର ବାଣ ଜବତ୍ କରିବା ସହ ସତ୍ୟ ନାରାୟଣ ପାତ୍ର ନାମକ ବ୍ୟବସାୟୀଙ୍କୁ ଗିରଫ କରିଥିବା ସୁନାବେଡ଼ା ଏସଡ଼ିପିଓ ସୂଚନା ଦେଇଛନ୍ତି।