ଦେବଗଡ଼ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀଙ୍କ ଆହ୍ୱାନ ଏବଂ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗଙ୍କ ପୌରହିତ୍ୟରେ ବୁଧବାର ବାରକୋଟ ଦକ୍ଷତା ବିକାଶ କେନ୍ଦ୍ର ଠାରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣଙ୍କ ନୂଆ ଓଡିଶା ଯୋଜନାରେ ପ୍ରଦତ୍ତ ନିଯୁକ୍ତି ଭିତ୍ତିକ ତାଲିମ କେନ୍ଦ୍ରର ଉଦଘାଟନ ତଥା ପ୍ରଶିକ୍ଷାର୍ଥୀ ମାନଙ୍କୁ ୟୁନିଫର୍ମ ଏବଂ ପାଠ୍ୟପୁସ୍ତିକା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସର୍ବପ୍ରଥମେ ଫିତା କାଟି ମୁଖ୍ୟ ଅତିଥି ତାଲିମ କେନ୍ଦ୍ର ଉଦଘାଟନ କରିଥିଲେ ତଥା ଦୀପ ପ୍ରଜ୍ଜ୍ୱଳନ ସହ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ।