ସଦର ଥାନା ଅନ୍ତର୍ଗତ ସମ୍ବଲପୁର କେନଘାଟି ସ୍ଥିତ ଘରୋଇ ନର୍ସିଂ କଲେଜର ପ୍ରଥମ ବର୍ଷ ଛାତ୍ର ଲୋକେଶ ଟୁଡୁ ଙ୍କୁ ସନ୍ଦେହଜନକ ମୃତ୍ୟୁ ହୋଇଛି। ସଂଧ୍ୟା ପ୍ରାୟ 7 ଟା ବେଳକୁ ଟ୍ରାନ୍ସଫରମର ନିକଟରୁ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା କହିଛନ୍ତି ସମ୍ବଲପୁର ଏସଡିପିଓ ତୋଫାନ ବାଗ। ପୁଲିସର ସୂଚନା ଅନୁସାରେ, ଲୋକେଶ ୮ ତାରିଖରୁ କଲେଜରୁ ନିଖୋଜ ଥିଲେ। ଅଚାନକ ଆଜି ସଂଧ୍ୟାରେ ତାଙ୍କ ମୃତ ଦେହ ମିଳିବା ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଏହା ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ପୁଲିସ ତଦନ୍ତ ଜାରି ରହିଛି। ଏହି ଛାତ୍ରର ଘର ମୟୂରଭଞ୍ଜ । ସୂଚନା ପାଇ ବାପା, ମା ଘଟଣାସ୍ଥଳକୁ ପହଞ୍ଚିଛନ୍