ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଛି କେନ୍ଦ୍ର ସରକାର । ରାଉରକେଲା ବିମାନ ବନ୍ଦରର ସଂପ୍ରସାରଣ ଓ ବିକାଶ କାର୍ଯ୍ୟରେ କରାଯାଉଛି ଅବହେଳା । ଦେଶର ବିଭିନ୍ନ ପ୍ରମୁଖ ସହରକୁ ବିମାନ ଚଳାଚଳ ଆରମ୍ଭ କରିବା ବଦଳରେ ଗତ ୩ ମାସ ହେଲା କୋଲକାତା ଓ ଭୁବନେଶ୍ବରକୁ ଚାଲୁଥିବା ବିମାନ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ବୁଧବାର ପୂର୍ବାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ ବାସିନ୍ଦା।