ରିଆମାଳ ବନାଂଚଳ ଟିଙ୍କବୀର ଫରେଷ୍ଟ ବିଟ ଅଂଚଳରେ ୪୬ ଟିକିଆ ହାତୀପଲ ଆଜି ଉପଦ୍ରବ କରୁଥିବା ଜଣାପଡିଛି । ଆଜି ରାତି ୧୦ ଟାରେ ବନବିଭାଗ ଠାରୁ ମିଳିଥିବା ସୂଚନା ଅନୁଯାୟୀ ହାତୀ ପଲରେ ୭ଟି ଦନ୍ତା ହାତୀ, ୨୮ ଟି ମାଈହାତୀ ଏବଂ ୧୧ ଟି ହାତୀ ଶାବକ ରହିଥିବା ଜଣାପଡିଛି । ହାତୀ ଉପଦ୍ରବ ଯୋଗୁଁ ଉକ୍ତ ଅଂଚଳରେ ଧାନ ଫସଲ କ୍ଷୟକ୍ଷତି ହେଉଥିବା ଜଣାପଡିଛି । ହାତୀ ଉପଦ୍ରବ ଯୋଗୁଁ ସ୍ଥାନୀୟ ଚାଷୀ ଏବଂ ଜନସାଧାରଣ ଭୟଭୀତ ଅଛନ୍ତି । ଉକ୍ତ ଅଂଚଳରେ ବନବିଭାଗ କର୍ମଚାରୀ ପଇଁତରା ମାରିବା ସହିତ ହାତୀ ଯେଭଳି ଜନବସତୀ ମୁହାଁ ନହେବେ ସେଥିପ୍ରତି ସଜାଗ ରହିଥିବା ବନବିଭାଗ ଠାରୁ ସୂଚନା ମିଳିଛି ।