କୋରେଇ: ଯାଜପୁର ରୋଡ ରେଳ ଷ୍ଟେସନ ଅହମ୍ମଦନଗର ରେଳ ଧାରଣା ନିକଟରେ ଟ୍ରେନ କଟି ଯୁବକ ମୃତ୍ୟୁ
Korai, Jajpur | Oct 21, 2025 ଯାଜପୁର ରୋଡ ରେଳ ଷ୍ଟେସନ ଅହମ୍ମଦନଗର ରେଳ ଧାରଣା ନିକଟରେ ଟ୍ରେନ କଟି ଯୁବକ ମୃତ୍ୟୁ l ଆଜି ଏକ ଟ୍ରେନ ଦ୍ରୁତ ଗତିରେ ଯାଜପୁର ରୋଡ ରେଳ ଷ୍ଟେସନ ଆଡୁ ଆସୁଥିଲା l ହଠାତ ଅହମ୍ମଦନଗର ରେଳ ଧାରଣା ନିକଟରେ ଟ୍ରେନରୁ ଜନୈକ ଯୁବକ ଖସି ପଡି ମୃତ୍ୟୁ ବରଣ କରିଥିବା ସ୍ଥାନୀୟ ଲୋକେ ଦେଖି ଜିଆରପି ଅଧିକାରୀଙ୍କୁ ଫୋନ କରି ସୂଚନା ଦେଇଥିଲେ l ସୂଚନା ପାଇ ଜିଆରପି କର୍ମଚାରୀ ଘଟଣା ସ୍ଥାଳରେ ପହଂଚି ମୃତ୍ୟୁ ଦେହକୁ ଉଦ୍ଧାର କରିଥିଲେ ଳ ତେବେ ଯୁବକ ଜଣଙ୍କ କିଏ ସ୍ପଷ୍ଠ ହେଇନାହିଁ l