ରାସନ କାର୍ଡ ଥାଇ ମଧ୍ୟ ଚାଉଳ ପାଇବାରୁ ବଂଚିତ ହେଉଛନ୍ତି ଜଣେ ଗରିବ ହିତାଧିକାରୀ । ନିୟମିତ ଚାଉଳ ନେବାକୁ ହେଲେ ୩ ହଜାର ୫୦୦ ଟଙ୍କା ସରପଂଚ ଏବଂ ଯୋଗାଣ ସହାୟକ ଦାବି କରୁଥିବା ଅଭିଯୋଗ ହୋଇଛି । ଆଜି ଦିନ ପ୍ରାୟ ୪ ଟାରେ ଦେବଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜିଲ୍ଲାପାଳଙ୍କୁ ଏନେଇ ହିତାଧିକାରୀଙ୍କ ପୁଅ ଅଭିଯୋଗ କରିଥିବା ଜଣାପଡିଛି । ଦେବଗଡ ଜିଲ୍ଲା ଗଣ୍ଡମ ପଂଚାୟତ ଗଣ୍ଡମ ଗ୍ରାମର ଚନ୍ଦ୍ରାବତୀ ପାତ୍ରଙ୍କୁ ସରକାରଙ୍କ ପକ୍ଷରୁ ଏକ ରାସନକାର୍ଡ ପ୍ରଦାନ କରାଯାଇଛି । ପ୍ରତ୍ୟେକ ମାସ ଉକ୍ତ ରାସନ କାର୍ଡ ନେଇ ସେ ଚାଉଳ ଆଣୁଥିଲେ ।