ବୀରମିତ୍ରପୁର: ନୂଆଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଲକ୍ଷ୍ମୀ ପୂଜା ଆରମ୍ଭ।
ନୂଆଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଲକ୍ଷ୍ମୀ ପୂଜା ଆରମ୍ଭ ହୋଇଯାଇଛି।ନୂଆଗାଁ ଗ୍ରାମପଞ୍ଚାୟତ ନିକଟରେ ଲକ୍ଷ୍ମୀ ପୂଜା ଆରମ୍ଭ ହୋଇଯାଇଛି।ଆସନ୍ତାକାଲି ଏକ ଭଣ୍ଡାର କାର୍ଯ୍ୟକ୍ରମ ରହିଛି ଯେଉଁଥିରେ ୫୦୦୦ରୁ ଅଧିକ ଲୋକ ଖାଇପାରିବେ ବୋଲି ଡ଼ାକବାଜି ଦ୍ଵାରା ପ୍ରଚାର କରାଯାଇଛି।ସେହିପରି ଜାହାଡିଟୋଲି ଗ୍ରାମପଞ୍ଚାୟତର ଜାହାଡିଟୋଲି ଗ୍ରାମର ଖେଳ ପଡ଼ିଆରେ ଲକ୍ଷ୍ମୀ ପୂଜା ଆରମ୍ଭ ହୋଇଯାଇଛି।ଏଥିରେ ପୂଜକଭାବେ ନୀଳମଣି ପଣ୍ଡା ପୂଜାକାର୍ଯ୍ୟ ତୁଲାଇଥିଲେ।ଏଥିରେ ବହୁ ସଂଖ୍ୟକ ଭକ୍ତାଳୁ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।