ବାମରା ବ୍ଲକ ବାବୁନିକ୍ତିମାଲ ପଞ୍ଚାୟତ ଅନ୍ତର୍ଗତ ବାରଖଣ୍ଡିଆ ଠାରେ CD ଅନୁଷ୍ଠାନ ପକ୍ଷରୁ ଚାଲିଥିବା ବାର୍ଷିକ ଶିଶୁ ପରବ ଉଡାଣ ସୋମବାର ଉଦଯାପିତ ହୋଇ ଯାଇଛି। ବାରଖଣ୍ଡିଆ ଗ୍ରାମ୍ୟ ଉନ୍ନୟନ ସମିତିର ସହଯୋଗରେ ଆୟୋଜିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହିପରି କାର୍ଯ୍ୟକ୍ରମ ମାଧ୍ୟମରେ ପିଲାମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି ଓ ପ୍ରତିଭାର ବିକାଶ ହୋଇ ପାରିବ ବୋଲି ମତ ପ୍ରକାଶ କରିଥିଲେ।