ଗୁରୁବାର ଭୁବନେଶ୍ବର ସ୍ଥିତ ଗୀତ ଗୋବିନ୍ଦ ସଦନ ଠାରେ ମାନବାଧିକାର ସୁରକ୍ଷା ସଂଗଠନ ପକ୍ଷରୁ ମାନବାଧିକାର କର୍ମୀ ତାଲିମ ସମ୍ମିଳନୀ ଆୟୋଜିତ ହେଇଥିଲା। ଏହି ତାଲିମ୍ ସମ୍ମିଳନୀ ଅବସରରେ ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଏବଂ ରାଜ୍ୟ ମାନବାଧିକାର କମିଶନର ସଦସ୍ୟ ଅସୀମ ଅମିତାଭ ଦାଶ ଯୋଗ ଦେଇଥିଲେ। ଏ ଅବସରରେ ଥୁଆମୁଳ ରାମପୁର ବ୍ଲକ୍ କାଣିଗୁମା ଅନ୍ତୋଦୟ ଅନୁଷ୍ଠାନର ଅଧ୍ୟକ୍ଷ ତଥା ମାନବାଧିକାର କର୍ମୀ ଦିଲିପ କୁମାର ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।