ବାରକୋଟ ବ୍ଲକ କଲା ପଂଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷୀକ କ୍ରୀଡା ଉତ୍ସବ ଆଜି ଦିନ ପ୍ରାୟ ୨ ଟାରେ ଉଦଯାପିତ ହୋଇଯାଇଛି । କ୍ରୀଡା ଶିକ୍ଷକ ବରୁଣ କୁମାର ପ୍ରଧାନଙ୍କ ତତ୍ୱାବଧାନରେ ଆୟୋଜିତ ଏହି କ୍ରୀଡା ଉତ୍ସବକୁ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଭାସ କୁମାର ପ୍ରଧାନ ଉଦଘାଟନ କରିଥିବା ବେଳେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ଗୁଡିକୁ କଲା ସ୍ନାତକ ମହାବିଦ୍ୟାଳୟର ଖେଳ ଶିକ୍ଷକ ଧିରଜ କୁମାର ବାରିକ, ସଇଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଖେଳ ଶିକ୍ଷକ ବିରାଜ କୁମାର ସାହୁ ଓ କଲା ନୋଡାଲ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର୍ର ପ୍ରଧାନ ପରିଚାଳନା କରିଥିଲେ ।