ଝାରସୁଗୁଡା: ଛତିଶଗଡ଼ ପ୍ରଭାରୀ ସଚିନ ପାଇଲଟଙ୍କୁ ଆଜି ପଞ୍ଚଗାଁ ଛକରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା
ଏଆଇସିସି ର ସାଧାରଣ ସମ୍ପାଦକ ତଥା ଛତିଶଗଡ଼ ପ୍ରଭାରୀ ସଚିନ ପାଇଲଟଙ୍କୁ ଆଜି ପଞ୍ଚଗାଁ ଛକରେ ଦଳୀୟ କାର୍ଯ୍ୟକର୍ତ୍ତା ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି l ସଚିନ ପାଇଲଟ ଆଜି ଦିଲ୍ଲୀରୁ ବିମାନ ଯୋଗେ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବୀମାନ ବନ୍ଦର ରେ ଓହ୍ଲାଇ ଏନ ଏଚ ୪୯ ଦେଇ ଦଳୀୟ କାର୍ଯ୍ୟକ୍ରମ ରେ ଯୋଗଦାନ ପାଇଁ ଆଜି ଛତିଶଗଡ଼କୁ ଯାଇଛନ୍ତି l ଏହି ସମୟରେ ଆଜି ମଙ୍ଗଳବାର ଅପରାହ୍ନ ପ୍ରାୟ ୪ ଟା ରେ ଲଖନପୁର ବ୍ଲକ ପଞ୍ଚଗାଁ ଛକରେ କଂଗ୍ରେସ କର୍ମୀ ମାନେ ସଚିନ ପାଇଲଟ ଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ l