ଦେବଗଡ ସହର ଭିତରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରାୟ ୬ କିଲୋମିଟର ଦୂର ନୂତନ କୋଠାକୁ ସ୍ଥାନାନ୍ତର ହେବା ପରେ ପୁରୁଣା ଡାକ୍ତରଖାନାରେ ୨୪ ଘଂଟିଆ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଦାବି ହୋଇ ଆସୁଛି । ଉକ୍ତ ଦାବି ନେଇ ଦେବଗଡ ପୁରୁଣା ଡାକ୍ତରଖାନା ପରିସରରେ ଯୁବ ସମାଜସେବୀ ଅର୍ଣ୍ଣବ ପଣ୍ଡା ୪୮ ଦିନ ହେଲା ଧାରଣାରେ ବସିଛନ୍ତି । ଆଜି ତାଙ୍କ ଧାରଣା ୪୮ ଦିନରେ ପହଂଚିଥିବା ଜଣାପଡିଛି । ପ୍ରତିଦିନ ସକାଳ ୮ ରୁ ରାତି ୮ ପର୍ଯ୍ୟନ୍ତ ଧାରଣାରେ ବସୁଛନ୍ତି । କିନ୍ତୁ ୪୮ ଦିନ ଧାରଣାରେ ବସିବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ ।