ଶୁକ୍ରବାର ଥୁଆମୁଳ ରାମପୁର ଖଣ୍ଡୁଆଳ ପଡିଆ ଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଆୟୋଜନ କରାଯାଇଥିଲା। ଏଥିରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ଯୋଗ ଦେଇଥିଲେ। ୨୪ ଗୋଟି ପଞ୍ଚାୟତର ୫ଶହରୁ ଅଧିକ ମତ୍ସ୍ୟ ଓ ପଶୁ ପାଇକମାନେ ଯୋଗ ଦେଇଥିଲେ। ଜିଲ୍ଲାପାଳ ପାଓ୍ବାର ସଚୀନ ପ୍ରକାଶ ମଧ୍ୟ ଏହି ମେଳାରେ ଯୋଗ ଦେଇ ପ୍ରଦର୍ଶନୀ ମଣ୍ଡପ ପରିଦର୍ଶନ କରିଥିଲେ।