ଆଦିବାସୀ ସମାଜର ଗର୍ବ ତଥା ଗୋୖରବ, ଦେଶର ମହାନ୍ ସ୍ୱାଧିନତା ସଂଗ୍ରାମୀ ବୀର ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ସମ୍ବଲପୂର ଠାରେ ମହା ସମାରୋହରେ ପାଳନ କରାଯାଇଛି l ଏହି ଉପଲକ୍ଷେ ମହାନ ସ୍ୱାଧିନତା ସଂଗ୍ରାମୀ ବୀର ବିର୍ସାମୁଣ୍ଡା ଙ୍କ ସମ୍ବଲପୂର ଅଇଁଠାପାଲି ଛକ ସ୍ଥିତ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଂଜଳି ଅର୍ପଣ କରାଯାଇଥିଲା l ବିର୍ସାମୁଣ୍ଡା ଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ଅଧିକାରୀ,ସମ୍ବଲପୂର ମହାନଗର ନିଗମର ଅତିରିକ୍ତ କମିଶନର, ପ୍ରମୁଖ ଉପସ୍ଥିତ ରହି ପ୍ରଶାସନ ପକ୍ଷରୁ ମାଲ୍ୟାର୍ପଣ କରି ବିର୍ସା ମୁଣ୍ଡାଙ୍କ