ଆନନ୍ଦପୁର: ସୁଲଣ ଗ୍ରାମରେ ପୁଅର ଆକ୍ରମଣରେ ବାପ ଗୁରୁତର ଘଟଣା, ନ୍ୟାୟ ପାଇଁ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ବାପ
ସୁଲଣ ଗ୍ରାମରେ ପୁଅର ଆକ୍ରମଣରେ ବାପ ଗୁରୁତର ଘଟଣାରେ ଅଭିଯୁକ୍ତ ପୁଅକୁ ପୋଲିସ ଗିରଫ କରୁନଥିବା ନେଇ ଅଭିଯୋଗ କରିଛି ବାପ ବିଦ୍ୟାଧର ଜେନା। ଆଜି ଦିନ ୨ଟା ବେଳେ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛି ବାପ। ଅନେକ ସମୟରେ ରାତିରେ ଅଭିଯୁକ୍ତ ପୁଅ ଗାନ୍ଧର୍ବ ଜେନା ଆସି ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଚମକ ଦେଉଛି ବୋଲି ବାପ ଅଭିଯୋଗ କରିଛି।