ଅନୁଗୋଳ: ବାଗେଡ଼ିଆ ସମବାୟ ବ୍ୟାଙ୍କରେ ସାର ପାଇଁ ଲୋକଙ୍କ ଭିଡ଼; ପ୍ରତିକ୍ରିୟା ରଖିଲେ ସ୍ଥାନୀୟ ଲୋକ
Anugul, Angul | Sep 15, 2025 ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବାଗେଡିଆ ସେବା ସମବାୟ ବ୍ୟାଙ୍କରେ ଆଜି ଚାଷୀଙ୍କୁ ସାର ଦିଆ ଯାଉଛି। ଏହି ସାର ନେବା ପାଇଁ ଯେତିକି ସାର ଆସିଛି ତାଠାରୁ ଦୁଇ ଗୁଣ ଅଧିକ ଲୋକ ଆସି ଧାଡ଼ିରେ ଆଧାର କାର୍ଡ ରଖି ଠିଆ ହୋଇଥିବା ଦେଖିବାକୁ ମିଳିଛି। ସାର ୬୦୦ ବସ୍ତା ଆସିଥିବା ବେଳେ ପ୍ରାୟ ୧୭୦୦ ଲୋକ ସାର ନେବା ପାଇଁ ଆସିଥିବା ଦେଖିବାକୁ ମିଳିଛି।