ଆନନ୍ଦପୁର: ମହୁଲପଙ୍ଖା ସ୍କୁଲରୁ ରାତି ଅଧିଆ ଶିକ୍ଷକ ବଦଳିକୁ ନେଇ ମହିଳାଙ୍କ ବିଇଓ କାର୍ଯ୍ୟାଳୟ ଘେରାଉ
ହାଟଡିହି ବ୍ଲକ ମହୁଲପଙ୍ଖା ସ୍କୁଲରୁ ରାତି ଅଧିଆ ଶିକ୍ଷକ ବଦଳିକୁ ନେଇ ଗ୍ରାମର ମହିଳା ମାନେ ଆଜି ଦିନ ୩ଟା ବେଳେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ସେମାନଙ୍କ ଅଭିଯୋଗ ଯେ ଉକ୍ତ ସ୍କୁଲରେ ୫ଟି ଶ୍ରେଣୀ ଥିବାବେଳେ ଦୁଇଜଣ ଶିକ୍ଷକ ନିଯୁକ୍ତ ଥିଲେ।ମାତ୍ର ରାତି ଅଧିଆ ଜଣେ ଶିକ୍ଷାଜଙ୍କୁ ବଦଳି କରିଦେବା ପରେ କିପରି ସ୍କୁଲ ଚାଲିବ ବୋଲି ବିଇଓ ଙ୍କୁ ପ୍ରଶ୍ନ କରିଛନ୍ତି। ବିଇଓ ଏନେଇ ମହିଳାଙ୍କ ସହ ଆଲୋଚନା କରି ତୁରନ୍ତ ଶିକ୍ଷକ ନିଯୁକ୍ତି କରିବାକୁ ପ୍ରତିଶୃତି ଦେଇଛନ୍ତି।