ମୋରଡା ନିର୍ବାଚନମଣ୍ଡଳୀ ଏବଂ ଥାନା ତଥା ମୋରଡା ତହସିଲ ଅଧିନ ଝିଙ୍କିରିଆ ଗ୍ରାମରେ ଥିବା ସରକାରୀ ଜମିରୁ ଜବଦଖଲ ଉଚ୍ଛେଦ ପ୍ରକ୍ରିୟା ପ୍ରଶାସନ ପକ୍ଷରୁ ଜାରି ରହିଥିବା ବେଳେ ବୁଧବାର ଆୟୋଜିତ ଦ୍ଵିତୀୟ ପର୍ଯ୍ୟାୟ ଉଚ୍ଛେଦ ପ୍ରକ୍ରିୟା ଅପରାହ୍ନ ଚାରିଟାରେ ସରିଛି l ମୋରଡା ତହସିଲଦାର ବିଦ୍ୟାଧର ଦଣ୍ଡପାଟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅତିରିକ୍ତ ତହସିଲଦାର ଜୟନ୍ତ କୁମାର ସୋରେନ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ l