ବରଗଡ଼ ସହର ଉତ୍ସବ ମୁଖରିତ | ସବୁଆଡ଼େ ଭକ୍ତଙ୍କ ଭିଡ଼ | ଆଜି ଠାରୁ କାଳୀପୂଜା ଆରମ୍ଭ ହୋଇଯାଇଛି | ସୋମବାର ରାତ୍ରି 9 ଘଣ୍ଟା ସମୟରେ ବରଗଡ଼ କାଳୀ ମନ୍ଦିର,ହାଟପଦା ସ୍ଥିତ କାଳୀପୂଜା ପେଣ୍ଡାଲ, ଗୋବିନ୍ଦପାଲି ଠାରେ ମାଙ୍କ ପୂଜା ଅର୍ଚନା କରିଛନ୍ତି ଭକ୍ତ ମାନେ | ଉତ୍ସବକୁ ନଜରରେ ରଖି ମନ୍ଦିର କମିଟି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି | ଭକ୍ତ ମାନେ କିପରି ମାଙ୍କ ଦର୍ଶନ ଭଲ ଭାବରେ କରିପାରିବେ ସେନେଇ ବ୍ୟବସ୍ଥା କରାଯାଇଛି | ବହୁ ଭକ୍ତ ମାନେ ମନ୍ଦିରରେ ଭିଡ଼ ରହି ମାଙ୍କୁ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ ।