ଗୁରୁବାର କଣ୍ଟାମାଳ ଥାନା ପେନାଜୋର ସଂରକ୍ଷିତ ଜଙ୍ଗଲର ପୁରୁଣା ପାଣି ଓ ବଲମତୁମ୍ବା ଗ୍ରାମ ନିକଟରେ ହୋଇଥିବା ବେଆଇନ୍ ଗଞ୍ଜେଇ ଚାଷ ଉପରେ କଣ୍ଟାମାଳ ଥାନା ପୋଲିସ ପକ୍ଷରୁ ଚଢାଉ କରି ବ୍ୟାପକ ଗଞ୍ଜେଇ ଚାଷକୁ ନଷ୍ଟ କରିଛି | ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଅଞ୍ଚଳରେ ଚାଷ ହୋଇଥିବା 37 ଏକର 80 ଡ଼ିସିମିଲ ଜମିରୁ କଣ୍ଟାମାଳ ଥାନା ପୋଲିସ ଟିମ ପ୍ରାୟ 37318 ଟି ଗଞ୍ଜେଇ ଗଛକୁ କାଟି ପୋଡ଼ି ନଷ୍ଟ କରିଥିବା ସୂଚନା ମିଳିଛି l