ଆସିକା: ଆସିକା ସହର ରେ କଂଗ୍ରେସ ପକ୍ଷରୁ ବିଶାଳ ରାଲି,ନେସନାଲ ହେରାଲଡ଼ ମାମଲା ରେ କଂଗ୍ରେସ ନେତାଙ୍କୁ ଆଶ୍ୱସ୍ଥି ପରେ ଗର୍ଜିଲା କଂଗ୍ରେସ
Asika, Ganjam | Dec 18, 2025 ଦୀର୍ଘ ବର୍ଷ ଧରି ସିବିଆଇ ନେସନାଲ ହେରାଲଡ଼ ମାମଲା ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀ ଙ୍କୁ ଛନ୍ଦୀ ଘାଣ୍ଟୁ ଥିବା ବେଳେ ଏହି ମାମଲା ରେ ଉଚ୍ଚ ନ୍ୟାୟଳୟ ଦୁଇ ନେତାଙ୍କୁ ଦେଇଛନ୍ତି ଆଶ୍ୱସ୍ଥି l ଆଶ୍ୱସ୍ଥି ମିଳିବା ପରେ ଦେଶର ବିଭିନ୍ନ ସ୍ଥାନରେ ବିଜେପି ର ଚକ୍ରାନ୍ତ ଲୋକ ଲୋଚନ କୁ ଆଣିବା ସହ ପ୍ରତିବାଦ କରିଛି କଂଗ୍ରେସ l ବିଭିନ୍ନ ସ୍ଥାନରେ ରାଲି ଓ ଶୋଭାଯାତ୍ରା କରି ଦେଶ ବାସି ଙ୍କୁ ବିଜେପି କ୍ଷମା ମାଗିବାକୁ ଦାବୀ କରିଛି କଂଗ୍ରେସ l ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ଆସିକା ଠାରେ ମଧ୍ୟ କଂଗ୍ରେସ ପକ୍ଷରୁ ପ୍ରତବାଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l