ରାଜଗାଙ୍ଗପୁର: ବଗିଚା ପଡ଼ା ସ୍ଥିତ ବ୍ୟବସାୟୀ ଙ୍କ ଗୋଦାମ ଘରୁ ୧୦ ଲକ୍ଷ ଟଙ୍କାର ବେଆଇନ ଗଛିତ ବାଣ ଜବତ
ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ବଗିଚା ପଡ଼ା ସ୍ଥିତ ଆଦର୍ଶ ବିଦ୍ୟାଳୟ ପଛପଟ ରହିଥିବା ଜୈନିକ ବ୍ୟବସାୟୀ ଙ୍କ ଗୋଦାମ ଘରେ ବିପୁଳ ପରିମାଣର ବେଆଇନ ବାଣ ଗଛିତ ରହିଥିବା ସୂଚନା ପାଇବା ପରେ ରାଜଗାଙ୍ଗପୁର ଥାନା ଆଇଆଇସି ବିଜୟ କୁମାର ଦାଶ ସଦଳବଳେ ଚଢ଼ାଉ କରି ୧୦ ଲକ୍ଷ ଟଙ୍କାର ବେଆଇନ ଗଛିତ ବାଣ ଜବତ କରିଛନ୍ତି। ଏହି ଗୋଦାମ ରେ ତାଲା ପଡିଥିବାରୁ ଅତିରିକ୍ତ ତହସିଲଦାର କିରନ କୁମାର ସରେଙ୍ଗ ଙ୍କର ଉପସ୍ଥିତ ରେ ଚଢ଼ାଉ କରାଯାଇଛି।