ଝାରସୁଗୁଡା: ସାଗରପାଲି ସ୍ଥିତ ନଖୁ ବାବା ମଠରେ ଭଅଁରଖୋଲ ପଂଚାୟତ ସ୍ତରୀୟ ଶ୍ରୀ ଶ୍ରୀ ଗିରି ଗୋବର୍ଧନ ପୂଜା ଅନୁଷ୍ଠିତ
ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସାଗରପାଲି ସ୍ଥିତ ନଖୁ ବାବା ମଠରେ ଭଅଁରଖୋଲ ପଂଚାୟତ ସ୍ତରୀୟ ଶ୍ରୀ ଶ୍ରୀ ଗିରି ଗୋବର୍ଧନ ପୂଜା ଅନୁଷ୍ଠିତ ହୋଇଛି l ଗତକାଲି ସମ୍ପୂର୍ଣ ରୀତିନୀତିରେ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଆଜି ଏକ ଭଵ୍ୟ ଶୋଭାଯାତ୍ରା ସହ ହୋମ, ଯଜ୍ଞ, ମନ୍ତ୍ର ସହ ସମ୍ପୂର୍ଣ ରୀତିନୀତିରେ ଗିରି ଗୋବର୍ଦ୍ଧନ ର ପୂଜାର୍ଚ୍ଚନା କରାଯାଇଛି l ପରେ ଯାଦବ ସମାଜ ର ପାରମ୍ପରିକ ବାଡ଼ି ଖେଳ ଏବଂ କୃଷ୍ଣ ଗୁରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଗିରି ଗୋବର୍ଦ୍ଧନ ପୂଜା ର ସମସ୍ତ କାର୍ଯ୍ୟକ୍ରମ ଦେଖିବା ପାଇଁ ଭଁଅଁରଖୋଲ ପଂଚାୟତ ତଥା ଆଖପାଖ ଅଂଚଳ ର ଶତାଧିକ