ବାମରା ବ୍ଲକ ଜରାବଗା ପଞ୍ଚାୟତ ଅନ୍ତର୍ଗତ ରଙ୍ଗବତୀ ବିଲୁଙ୍ଗ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ ବୁଧବାର ଦିନ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ପୁରୁଷୋତ୍ତମ ପଟ୍ଟା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳକୁଦ ର ମହତ୍ତ୍ଵ ନେଇ ମତ ବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବ ସମ୍ପାଦକ ବିହାରୀ ଲାଲ ଚୌହାନ, ପରିଚାଳନା କମିଟି ସଭାପତି ଧ୍ରୁବ ଚରଣ ନାଏକ, ସମ୍ପାଦକ କୁଳମଣି ପଟେଲ, ବରିଷ୍ଠ ନାଗରିକ ରୂପାନନ୍ଦ ପଟେଲ ଓ ସରୋଜ ପଟେଲ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।