ଦେବଗଡ ବନାଂଚଳ ସୁଗୁଡା ଫରେଷ୍ଟ ବିଟ୍ ଅନ୍ତର୍ଗତ ବୁଢିବିଲ ଗ୍ରାମରେ ଦନ୍ତା ହାତୀ ଉପଦ୍ରବ ଦେଖାଦେଇଛି । ବନବିଭାଗ ତରଫରୁ ବିବିଓ-୧ ନାମ ରଖାଯାଇଥିବା ଉକ୍ତ ଦନ୍ତା ହାତୀ ଶୁକ୍ରବାର ରାତି ପ୍ରାୟ ୮ ଟାରେ ଜଙ୍ଗଲ ଭିତରୁ ବାହାରି ଆସି ଉପଦ୍ରବ କରିଥିବା ଜଣାପଡିଛି । ବୁଢିବିଲ ଗ୍ରାମରେ ଥିବା ସିଦ୍ଧାର୍ଥ ଗୁରୁଙ୍କ ବଗିଚା ଭିତରେ ପଶି ପନିପରିବା ଚାଷ ମାଡି ଦଳି ନଷ୍ଟ କରିବା ସହିତ ବଗିଚା ଭିତରେ ଲାଗିଥିବା ସିସି କ୍ୟାମେରା ତାର ଛିଣ୍ଡାଇ ଦେବା ସହିତ ଅନେକ କ୍ଷୟକ୍ଷତି କରିଥିବା ଜଣାପଡିଛି । ବନବିଭାଗ କର୍ମଚାରୀ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଂଚି ହାତୀ ଘଉଡାଇଛନ୍ତି ।