ଟିଟିଲାଗଡ: ଟିଟିଲାଗଡ଼ ମିଶନ ଶକ୍ତି ବଜାର ପଡ଼ିଆ ଠାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୫
ଟିଟିଲାଗଡ଼ - ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ବିକାଶ ବିଭାଗ ପକ୍ଷରୁ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଥାନା ସମ୍ମୁଖରେ ଥିବା ସ୍ଥାନୀୟ ମିଶନ ଶକ୍ତି ବଜାର ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ର ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ, ସମ୍ମାନିତ ଅତିଥି ଭାବେ ସିଡିଭିଓ ବଲାଙ୍ଗିର ଶ୍ରୀ ସାରଦା ପ୍ରସାଦ ସିଂ ବରିହା, ବଲାଙ୍ଗିର ଡିଏଫ୍ଓ ଶ୍ରୀ ପ୍ରଫୁଲ୍ଲ କହଁର, ବ୍ଲକ ଅଧ୍ୟକ୍ଷା ଶ୍ରୀମତି ସଂଯୁକ୍ତା ନାଏକ, ବ୍ଲକ ଉପାଧ୍ୟକ୍ଷା ଶ୍ରୀ ଜଗତ ରାମ ରଣା, ଜିଲ୍ଲା ପରିଷଦ ଶ୍ରୀମତି ଗୀତା ବିଶି, ସଞ୍ଜୟ ବେହେରା, ଶ୍ରୀମତି