ଜମନକିରା ବ୍ଲକ ମହଦା ପଞ୍ଚାୟତ ଅନ୍ତର୍ଗତ ଅଙ୍କଡିହି ଠାରେ ମନୁସ୍ମୃତି ଦହନ ଦିବସ ପାଳିତ ହୋଇଯାଇଛି। ସୁରୁମଣି ସୁନାନୀ ଙ୍କ ସଭାପତିତ୍ବରେ ବୁଦ୍ଧ ସାମାଜିକ ଆନ୍ଦୋଳନ ପକ୍ଷରୁ ଗୁରୁବାର ଦିନ ଆୟୋଜିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ସମାଜସେବୀ ତଥା ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କୁସଂସ୍କାର ଦୂର କରି ଏକ ସୁସ୍ଥ ସମାଜ ଗଠନ ପାଇଁ ଆମ୍ବେଦକର କରିଥିବା ବିଭିନ୍ନ ଆନ୍ଦୋଳନ ଓ ସମ୍ବିଧାନ ପ୍ରଣୟନ ସମ୍ପର୍କରେ ସୂଚନା ଦେଇଥିଲେ। ୯୭ ବର୍ଷ ତଳେ ବାବା ଭୀମରାଓ ଆମ୍ବେଦକର ବିଭିନ୍ନ କୁସଂସ୍କାର ରେ ପରିପୂର୍ଣ ମନୁସ୍ମୁତି କୁ ସର୍ବ ସମ୍ମୁଖରେ ଦହନ କରିଥିଲେ।