ବିଞ୍ଝାରପୁର: ଯାଜପୁର ଜିଲ୍ଲାବାସୀ ଙ୍କ ପକ୍ଷରୁ ଯାଜପୁର ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
ଯାଜପୁର ଜିଲ୍ଲାବାସୀଙ୍କ ପକ୍ଷରୁ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ।ଯାଜପୁର ରେ ହାଟ ନାଁ ରେ ଆରମ୍ଭ ହୋଇଛି ନାଟ। ବିରଜା ମନ୍ଦିର ନିକଟରେ ଚାଲିଥିବା ହାଟ ଏବେ ସନ୍ଥମାଧବ ଅଞ୍ଚଳରେ ଚାଲିଥିବା ବେଳେ ଏହାକୁ କେତେକ ଚକ୍ରାନ୍ତ କାରୀ ମା ବିରଜା ପରିକ୍ରମା ପ୍ରକଳ୍ପକୁ ବିରୋଧ କରି ପୁରୁଣା ହାଟ କୁ ଫେରାଇବାକୁ ଆନ୍ଦୋଳନ କରୁଛନ୍ତି। ପ୍ରତିବାଦରେ ଯାଜପୁର ଜିଲ୍ଲାବାସୀଙ୍କ ପକ୍ଷରୁ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ କରାଯାଇଛି। ବିରଜା ପରିକ୍ରମା ପ୍ରକଳ୍ପ କରିବା ପାଈଁ ଅନେକ ପରିବାର ନିଜର ଜମି ଛାଡି ଦେଇଥିବା ବେଳେ ଏବେ କେତେକ ଚକ୍ରାନ୍ତକାରୀ ବୀରୋଧ କରିଛନ୍ତି।