ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଉପଲକ୍ଷେ ଓଡ଼ିଶା ସାଂସ୍କୃତିକ ସମାଜର ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ସଭାପତି ଡ ପରେଶ ଦାନୀ ଓ ସମ୍ପାଦକ ଶ୍ରୀ ଦୀନବନ୍ଧୁ ପଣ୍ଡା ସମସ୍ତ ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଦେଇ କାର୍ଯକ୍ରମ ଆରମ୍ଭ କରିଥିଲେ l ବକ୍ତୃତା ସ୍କୁଲ ସ୍ତରରେ ଡି ଏ ଭି ସ୍କୁଲର ଅମ୍ଳାନ ଜ୍ୟୋତି ପଣ୍ଡା ଓ ବିକାଶ ସ୍କୁଲର ଅନନ୍ୟା ଆଚାର୍ଯ୍ୟ ଯୁଗ୍ମ ପ୍ରଥମ, ସେଭେନ ହିଲ୍ସ ସ୍କୁଲର ମୃଣ୍ମୟୀ ପ୍ରଧାନ ଦ୍ଵିତୀୟ,ଗୁରୁ ନାନକ ସ୍କୁଲର ପ୍ରକୃତି ଜେନା ତୃତୀୟ ହୋଇଛନ୍ତି ଓ କଲେଜ ସ୍ତରରେ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟର ତୁଳସୀ ଶର୍ମା ପ୍ରଥମ,ବିକାଶ ସ୍କୁଲ