ଦେବଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ MGNREGA ଯୋଜନାର ନାମ ପରିବର୍ତ୍ତନକୁ ବିରୋଧ କରାଯାଇଛି। ଏଥିସହ ଦେବଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ସୋମବାର ଦିନ ପ୍ରାୟ 12 ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜିଲ୍ଲାପାଳଙ୍କ ଅନୁପସ୍ଥିତି ଯୋଗୁଁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। MGNREGA ଯୋଜନାରେ ଥିବା ମହାତ୍ମାଗାନ୍ଧୀଙ୍କ ନାମ ପରିବର୍ତ୍ତନ ପାଇଁ କେନ୍ଦ୍ରରେ ଥିବା ବିଜେପି ସରକାର ଏକ ଚକ୍ରାନ୍ତ କରୁଥିବା କଂଗ୍ରେସ ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ସେମ୍ ହେମ୍ରମଙ୍କ ନେତୃତ୍ୱରେ ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ।