ଧର୍ମଶାଳା: ରାଜଗୋଲା ଛକରେ ବାଇକ ଦୁର୍ଘଟଣାରେ ଯୁବକ ଗୁରୁତର
ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ରାଜଗୋଲା ଛକରେ ବାଇକ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇଯାଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ରାଜଗୋଲା ଛକରେ ବାଇକ ଭାରଶ୍ୟାମ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇ ସ୍ଥାନୀୟ ବାସିନ୍ଦା ଯୁବକ ରାହୁଲ ସ୍ୱାଇଁ ଗୁରୁତର ହୋଇଯାଇଥିଲେ । ତାଙ୍କୁ ତାଙ୍କର ପରିବାର ବର୍ଗଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଜାରି ରହିଥିବା ବୁଧବାର ସନ୍ଧ୍ୟା 7 ଘଟିକା ସମୟରେ ଦେଖିବାକୁ ମିଳିଛି ।