କୁଚିଣ୍ଡା ସ୍ଥିତ କଲେଜ୍ ପଡ଼ିଆ ଠାରେ ଗତ ୨ଦିନ ଧରି ଚାଲିଥିବା ସାନ୍ସଦ ଖେଳ ମହୋତ୍ସବ ଗୁରୁବାର ସନ୍ଧ୍ୟା ୬ ଟାରେ ଉଦଯାପିତ ହୋଇଯାଇଛି। ଏହାର ଉଦଯାପନୀ ଉତ୍ସବରେ କୁଚିଣ୍ଡା ବିଡ଼ିଓ ଜୟନ୍ତ ସାହୁ ଓ ସାନ୍ସଦ ପ୍ରତିନିଧି ରୁଦ୍ର ପ୍ରତାପ ଦେଓ ଅତିଥି ଭାବେ ଯୋଗ ଦେଇ କ୍ରୀଡ଼ା ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ଉକ୍ତ ପ୍ରତିଯୋଗିତା ରେ କନିଷ୍ଠ ଓ ବରିଷ୍ଠ ବର୍ଗକୁ ମିଶାଇ କୁଚିଣ୍ଡା ବ୍ଲକର ସମସ୍ତ ସ୍କୁଲରୁ ପ୍ରାୟ ଏକ ହଜାର ରୁ ଅଧିକ ଛାତ୍ରଛାତ୍ରୀ ଅନ୍ସ ଗ୍ରହଣ କରିଥିଲେ।