ମାଲକାନଗିରି: ମାଲକାନଗିରିରେ ୫୮ତମ ଇଂଜିନିୟର ଦିବସ ପାଳିତ
ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ଓଡେସା ଭବନ ଠାରେ ଆଜି ଓଡିଶା ଡିପ୍ଲୋମା ଇଂଜିନିୟରି ସେବା ସଂଘ ମାଲକାନଗିରି ଶାଖା ପକ୍ଷରୁ ଇଂଜିନିୟରି ଦିବସ ଆଜି ସନ୍ଧ୍ୟା ୭ଟା ସମୟରେ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାର କାର୍ଯ୍ୟରତ ସମସ୍ତ ବିଭାଗର ଯନ୍ତ୍ରୀ ଏହି ଦିବସ କୁ ଅତି ଆନନ୍ଦ ସହକାରେ ପାଲିଥିଲେ। ସଙ୍ଘ ଜିଲ୍ଲା ସଭାପତି ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିବା ବେଳେ ଇଂଜିନିୟର ମାନଙ୍କ ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା।