ଜ୍ୟେଷ୍ଠ ନାଗରିକ ଓ ପ୍ରତିନିବୃତ କର୍ମଚାରୀମାନଙ୍କ ମଧ୍ୟରେ ସାଇବର ସୁରକ୍ଷା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଆଜି ଟାଉନ ଥାନା ଅଧୀନରେ ଏକ ସାଇବର ସୁରକ୍ଷା ସଚେତନତା ଓ ଆଲୋଚନା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବୃଦ୍ଧ ନାଗରିକ ଏବଂ ପ୍ରତିନିବୃତ କର୍ମଚାରୀ ସଂଘର ସଦସ୍ୟମାନଙ୍କୁ ସାଇବର ଅପରାଧ, ଅନଲାଇନ ଠକେଇ, ଓ ଡିଜିଟାଲ ସୁରକ୍ଷା ବିଷୟରେ ବିସ୍ତୃତ ତଥ୍ୟ ଜଣାଇ ସଚେତନ କରାଯାଇଥିଲା। ପୋଲିସ ଅଧିକାରୀମାନେ ସଂପ୍ରତି ଘଟୁଥିବା ବିଭିନ୍ନ ସାଇବର ଠକେଇ ଘଟଣା ଉଦାହରଣ ସହ ଆଲୋଚନା କରି, ସମସ୍ତଙ୍କୁ ସତର୍କ ଓ ସଚେତନ ରହିବା ପାଇଁ ପରାମର୍ଶ ଦେଲେ।