ବଡଚଣା: ଛତିଆ କଲେଜ ନିକଟରେ ଚାଳକଙ୍କୁ ମାଡ ମାରି ଗାଡିରୁ ବ୍ୟାଟେରୀ ଓ ତେଲ ଚୋରି ଅଭିଯୋଗ
ବୈରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ଛତିଆ କଲେଜ ନିକଟରୁ ଦୃବର୍ତ୍ତମାନେ ଠିଆ ହୋଇଥିବା ଏକ ବଲକର ଟ୍ରକ୍ ରୁ ତେଲ ସହିତ ଗାଡ଼ି ର ଦୁଇଟି ବ୍ୟାଟେରୀ ଲୁଟି ନେଇଥିବା ଛତିଆ ବିଟ୍ ହାଉସ୍ ରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ଓ. ଡି ୦୫ ଆର୍ ୭୫୫୫ ନମ୍ବର ବିଶିଷ୍ଟ ବଲକର୍ ଟ୍ରକ୍ କୁ ଛତିଆ ଇଚ୍ଛା ନଗର ପାଟଣା ଗ୍ରାମର ଗାଡି ଚାଳକ ସହଦେବ ବାରିକ ରାତି ଦୁଇଟା ରେ ୧୬ ନଂ ଜାତୀୟ ରାଜପଥ ଛତିଆ କଲେଜ ନିକଟରେ ଗାଡ଼ି ରଖି ଘରକୁ ଯାଇଥିଲେ। କିଛି ସମୟ ପରେ ଘରୁ ଆସି ଦେଖିଥିଲେ ତାଙ୍କ ଗାଡି କିଛି ଲୋକ ତେଲ କାଢୁଛନ୍ତି। ଏହା ଦେଖି ବିରୋଧ କରିଥିଲେ। ପରେ ଡ୍ରାଇଭରକୁ ମାଡ ମାରି ଲୁଟି।