ପଟ୍ଟାଙ୍ଗୀ: ନନ୍ଦପୁର ସିଡ଼ିପିଓ କାର୍ଯ୍ୟାଳୟ ପରିସରରେ ସୁଭଦ୍ରା ଏକ ବର୍ଷ ପୂର୍ତ୍ତି ଉତ୍ସବକୁ କେକ୍ କାଟି ପାଳନ କଲେ ହିତାଧିକାରୀ ଯୋଗଦେଲେ ବିଡ଼ିଓ
ସୁଭଦ୍ରା ଯୋଜନାକୁ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ନନ୍ଦପୁର ବ୍ଲକର ସମସ୍ତ ଅଙ୍ଗନ ୱାଡ଼ି କେନ୍ଦ୍ର ସହ ନନ୍ଦପୁର ସଦର ମହକୁମାର ସିଡିପିଓଙ୍କ କାର୍ଯ୍ୟାଳୟ ପରିସରରେ ସୁଭଦ୍ରା ଦିବସ ପାଳିତ ହୋଇଯାଇଛି । ଆଜି ଦିନ ୩ଘଣ୍ଟା ସମୟରେ ଏହି ଉତ୍ସବରେ ନନ୍ଦପୁର ପଞ୍ଚାୟତର ମାଁ ମହିଳା ମାନେ ଏକତ୍ରିତ ହୋଇ ପ୍ରଥମେ ସୁଭଦ୍ରା ବର୍ଷେ ପୂର୍ତ୍ତି ଉପଲକ୍ଷେ କେକ କାଟି ଉତ୍ସବ ମନାଇଥିଲେ । ଏହି ଅବସର ସୁଭଦ୍ରା ସୁଭଦ୍ରା ଲାଭକାରୀ ମାଁ ମହିଳା ମାନେ ସୁଭଦ୍ରା ଯୋଜନାରେ ପାଇଥିବା ଟଙ୍କା ଉପରେ ନିଜ ନିଜ ଖୁସି ସହ ସୁଭଦ୍ରା ଟଙ୍କାର ଉପଯୋଗୀ ଉପରେ ମତାମତ ରଖିଥିଲେ ।