ଜମନକିରା ବସଷ୍ଟାଣ୍ଡ ଛକରେ ସ୍ଥାନୀୟ ଗ୍ରାମବାସୀ ତଥା ଗ୍ରାମ ଉନ୍ନୟନ କମିଟି ଆନୁକୁଲ୍ୟରେ ନବ ନିର୍ମିତ ମାଁ ଦୁର୍ଗା ମନ୍ଦିର ର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ଏକାଦଶୀ ତିଥିରେ ଆୟୋଜିତ ରତ୍ନମୁଦ ଉତ୍ସବ ରେ ପୁରୋହିତଙ୍କ ଦ୍ଵାରା ବେଦ ମନ୍ତ୍ର ଧ୍ୱନୀରେ ଷୋଡ଼ଶ ଉପଚାରେ ରତ୍ନମୁଦ ପୂଜା ଅନୁଷ୍ଠିତ ହୋଇଥିଲା। ଏହି ଅବସର ରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂଜାର୍ଚ୍ଚନା କରିବା ସହ ଉତ୍ସାହିତ କରିଥିଲେ। ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ସଂକୀର୍ତ୍ତନ, ଭଜନ, କୃଷ୍ଣଗୁରୁ କାର୍ଯ୍ୟକ୍ରମ