ସଦର ଥାନା ସ୍ଥିତ ସିନ୍ଦୁରପଙ୍କ ଗ୍ରାମରେ 2020 ମସିହା ଫେବୃଆରୀ ୨୬ ତାରିଖରେ ଜଣେ ମହିଳା ତାଙ୍କ ଘରେ ଏକା ଥିବା ସମୟରେ ଜଣେ ବ୍ୟକ୍ତି ସଞ୍ଜୟ ଉଛୁରିଆ କବାଟ ଖୋଲି ଘରକୁ ପ୍ରବେଶ କରି ମହିଳାଙ୍କୁ ଆକ୍ରମଣ କରିବା ସହିତ ତଣ୍ଟିକୁ ଚିପି ଦେଇ ସେ ପିନ୍ଧିଥିବା ୧୩ ଗ୍ରାମ ଓଜନର ଏକ ସୁନା ମାଳିକୁ ନେଇ ଫେରାର ମାରିଥିଲା । ଏନେଇ ସେ ସମୟରେ ସଦର ଥାନାରେ ଏକ ଅଭିଯୋଗ ହୋଇଥିଲା l ପୋଲିସ ଅଭିଯୁକ୍ତ ଲୁଟେରାକୁ ଧରିବା ସହିତ ତା ନିକଟରୁ ଲୁଟ ହୋଇଥିବା ସୁନା ମାଳି ଜବତ କରିଥିଲା । ଏହି ମାମଲାର ଶୁଣାଣି ସମ୍ବଲପୁର ସ୍ଥିତ ଜେଏମଏଫସି ଅଦାଲତରେ ବିଚାରାଧିନ ରହିଥିଲା l ବୁଧବାର ଏହାର ଶୁଣାଣି ମ