ଦେବଗଡ ବନଖଣ୍ଡ ପଳସମା ସେକ୍ସନ ଲକ୍ଷ୍ମୀପୁର ନିକଟରେ ଶନିବାର ରାତି ହାତୀ ଉପଦ୍ରବ ଦେଖାଦେଇଛି । ଶନିବାର ରାତି ୧ ଟାରେ ବନବିଭାଗ ଠାରୁ ଏନେଇ ସୂଚନା ମିଳିଛି । ଉକ୍ତ ହାତୀ ପଲରେ ୯ ଟି ଦନ୍ତା ହାତୀ, ୧୫ ଟି ମାଈ ହାତୀ ଏବଂ ୬ ଟି ହାତୀ ଶାବକ ରହିଥିବା ଜଣାପଡିଛି । ରାତିରେ ନିକଟ ଜଙ୍ଗଲରୁ ହାତୀ ପଲ ବାହାରି ଆସି ଗାଁ ମୁହାଁ ହେଉଛନ୍ତି । ଉକ୍ତ ଅଂଚଳରେ ବ୍ୟାପକ ଧାନ ଫସଲ କ୍ଷୟକ୍ଷତି ହେଉଛି । ଅନ୍ୟପଟେ ହାତୀ ଉପଦ୍ରବରୁ ଧନ ଜୀବନ ରକ୍ଷା ପାଇଁ ବନବିଭାଗ କର୍ମଚାରୀ ଉକ୍ତ ଅଂଚଳରେ ପେଟ୍ରୋଲିଂ କରିବା ସହିତ ସ୍ଥାନୀୟ ଲୋକଙ୍କ ସହାୟତାରେ ହାତୀ ଘଉଡିବାକୁ ଚେଷ୍ଟା କରୁଥିବା ଜଣାପଡିଛି ।