ସହର ସ୍ଥିତ ମା ଭଣ୍ଡାର ଘରଣୀ ମନ୍ଦିର ରେ ସ୍ୱାମୀ ଆୟପ୍ପାଙ୍କ ପୂଜାରେ ଯୋଗଦେଲେ ଅବିଭକ୍ତ କୋରାପୁଟ ଜିଲ୍ଲାର ଶତାଧିକ ଶ୍ରଦ୍ଧାଳୁ,ସହର ସ୍ଥିତ ମାଁ ଭଣ୍ଡାର ଘରଣୀ ଙ୍କ ମନ୍ଦିର ପ୍ରାଙ୍ଗଣରେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି ସ୍ୱାମୀ ଆୟାପ୍ପାଙ୍କ ମେଟୁଲୁ ପୁଜା, ଏହି ସ୍ୱତନ୍ତ୍ର ପୂଜାରେ ନବରଙ୍ଗପୁର , ଜୟପୁର, ସେମିଳିଗୁଡା, ସୁନାବେଢା ଏବଂ କୋରାପୁଟ ରୁ ଶତାଧିକ ଆୟାପ୍ପା ଦୀକ୍ଷା ଗ୍ରହଣ କରିଥିବା ସ୍ୱାମୀ ମାନେ ଯୋଗଦେଇଥିବା, ଭଜନ କୀର୍ତ୍ତନ ସହ ପ୍ରସାଦ ସେବନ ର ଆୟୋଜନ କରିଥିଲେ ନବରଙ୍ଗପୁର ର ସ୍ୱାମୀ ମାନେ, ଏହି ପୂଜାରେ ବହୁ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ମଧ୍ୟ ଯୋଗଦେଇଥିଲେ