କୁଚିଣ୍ଡା ସ୍ଥିତ ସଇଡ଼ା ଭେଡେନ ନଦୀର କୁଳରେ ବାଲିଯାତ୍ରା କମିଟି ପକ୍ଷରୁ କବି ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ବିଜୟ ସାହୁଙ୍କ ସଭାପତିତ୍ବ ରେ ମଙ୍ଗଳବାର ଦିନ ଆୟୋଜିତ ହୋଇଥିବା ଏହି ଉପଖଣ୍ଡ ସ୍ତରୀୟ କବି ସମ୍ମିଳନୀରେ କଳା ସଙ୍ଗଠକ ଟିକେଶ୍ୱର୍ ପଟେଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ କବି ସୁବାସ ଚନ୍ଦ୍ର ନାୟକ ଭାବରେ ଯୋଗ ଦେଇ ଓଡ଼ିଆ ଅସ୍ମିତା ଓ ବାଲିଯାତ୍ରା ଉପରେ ଆଲୋଚନା କରିଥିଲେ।